ଦେଶ ବିଦେଶ

ଆଇଏଏସ ଚନ୍ଦ୍ରକଳାଙ୍କ ଘରେ ସିବିଆଇ ରେଡ

Published

on

ଲକ୍ଷେ୍ନା÷ ୫/୧ : ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକଦା ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ମହିଳା ଆଇଏଏସ ବି.ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ଆଜି ସକାଳୁ ସିବିଆଇ ଅଧିକାରୀମାନେ ଚନ୍ଦ୍ରକଳାଙ୍କ ସମେତ ଅନ୍ୟ କେତେକ ଅଧିକାରୀଙ୍କ ଦିଲ୍ଲୀ ଓ ଉତ୍ତରପ୍ରଦେଶର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ । ଖଣି ଦୁର୍ନୀତି ମାମଲାରେ ଏହି ଚଢ଼ାଉ କରାଯାଇଛି । ଜଲାନ, ହମିରପୁର, ଲକ୍ଷେ୍ନା÷ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ାଉ କରି ତଲାସି ନେଇଥିଲେ । ଖଣି ଦୁର୍ନୀତି ମାମଲାରେ ଆଲହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version