ବ୍ରହ୍ମପୁର ୩୧/୧ : ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଆଇପିଏସ ଅଧିକାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଜାତୀୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଯାଦବ ଓ ଅନ୍ୟକେତେକ ଅଧିକାରୀ ଉଚ୍ଚ ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ସେମାନଙ୍କୁ ଇଭିଏମ ତାଲିମ ସହ ନକ୍ସଲପ୍ରବଣ ଅଂଚଳରେ ମତଦାନକୁ କିଭଳି ହିଂସାମୁକ୍ତ କରାଯାଇପାରିବ ସେ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଏଥିରେ ଦକ୍ଷିଣାଂଚଳ ଓ ପଶ୍ଚିମାଂଚଳ ଜିଲ୍ଲାଗୁଡ଼ିକର ଏସପି, ଅତିରିକ୍ତ ଏସପି ଓ ଡିଏସପିମାନେ ଯୋଗ ଦେଇଥିଲେ ।