ରାଜ୍ୟ

ଆଉ ୪ ଦିନ ଶୀତରେ ଥରିବ ରାଜ୍ୟ

Published

on

ଭୁବନେଶ୍ୱର ୩୦/୧୨ : ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୭ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳକୁ ଖସିଯାଇଛି । ଏଭଳି ଶୀତ ପ୍ରବାହ ଆହୁରି ୪ଦିନ ଲାଗି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଦାରିଙ୍ଗବାଡ଼ି, କେନ୍ଦୁଝର ସହ ଅନ୍ୟକେତେକ ଅଂଚଳରେ ଦୁଇଦିନ ଧରି ତୁଷାରପାତ ଲାଗିରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଥିବାବେଳେ କେନ୍ଦୁଝରରେ ମଧ୍ୟ ତାପମାତ୍ରା ରହିଛି ୩ ଡିଗ୍ରୀ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିବାବେଳେ ଅନୁଗୁଳରେ ୫.୬ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଆଜିର ସର୍ବନମ୍ନ ତାପମାତ୍ରା ୮.୨ ଡିଗ୍ରୀ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version