ନୂଆଦିଲ୍ଲୀ ୧୦/୬ : ଆକାଶ ମାର୍ଗରେ ପାଦ ଦେଉ ଦେଉ ଶତ୍ରୁ ପକ୍ଷଙ୍କ ମିସାଇଲକୁ ଅଚଳ କରିଦେବ ଭାରତ । ମୋଦି ସରକାରର ପ୍ରଥମ ପାଳିରେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଆମେରିକା ଠାରୁ ଘଇଝଇଗଝ ୨ କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଏବେ ଆମେରିକାର ସହ ହୋଇଥିବା ଏହି ଡିଲରେ ମୋହର ଲାଗିବାର ସମ୍ଭାବନା ରହିଥିବା ଜଣାପଡିଛି । ତେବେ ଏହି ଡିଲ୍ ପାଖାପାଖି ୬୦୦୦ କୋଟି ଟଙ୍କା ହେବ । ତେବେ ଆସନ୍ତୁ ଜାଣିବା ଏହି ଯୁଦ୍ଧାସ୍ତ୍ରର ବିଶେଷତ୍ତ୍ୱ ।
ଏହି ସିଷ୍ଟମ୍ ୨୫ କିଲୋମିଟର ଉଚ୍ଚରୁ ୫୫ରୁ ୧୮୦ କିଲୋମିଟର ଭିତରେ ଆସୁଥିବା ପ୍ରତିଟି ଏୟାରକ୍ରାଫ୍ଟ, ଡ୍ରୋନ୍ କିମ୍ବା ମିସାଇଲକୁ ଅଚଳ କରିଦେବ । ଆମେରିକାରେ ତିଆରି ହୋଇଥିବା ଏହି ସିଷ୍ଟମରେ ଭୁପୃଷ୍ଠରୁ ଆକଶମାର୍ଗକୁ ଫାୟାର ହେଉଥିବା ଷ୍ଟିଂଙ୍ଗର ମିସାଇଲ୍ ଏବଂ ଗନ୍ ସିଷ୍ଟମ୍ ରହିଛି । ଅର୍ଥାତ କିଛି ସମୟ ମଧ୍ୟରେ ଆକାଶମାର୍ଗରେ ଆସୁଥିବା ଶତ୍ରୁପକ୍ଷଙ୍କ ମିସାଇଲ କିମ୍ବା ଡ୍ରୋନକୁ କ୍ଷଣିକ ସମୟ ମଧ୍ୟରେ ଅଚଳ କରିଦେବ ଭାରତ ।