ଦେଶ ବିଦେଶ

ଆକ୍ରମଣ ପାଇଁ ଦିନ ଓ ସ୍ଥାନ ନିର୍ଦ୍ଧାରଣ କରନ୍ତୁ : ମୋଦୀ

Published

on

ନୂଆଦିଲ୍ଲୀ, ୧5 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାନ୍ସୀରେ ବିକାସ ଯୋଜନା ଗୁଡିକର ଉଦଘାଟନ କାର‌୍ୟ୍ୟକ୍ରମରେ କହିଛନ୍ତି କି, ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ଦେଶ ବହୁତ ଦୁଖୀ ଏବଂ ସମ୍ବେଦନଶୀଳ ଅବସ୍ଥାରେ ରହିଛି । ପୁଲୱାମାରେ ହୋଇଥିବା ଆକ୍ରମଣ ଦ୍ୱାରା ଭାରତୀୟମାନେ ଆକ୍ରୋଶ ଅଛନ୍ତି । ଜବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।
ମୋଦୀ କହିଛନ୍ତି କି, ପାକିସ୍ଥାନ ଆର୍ଥିକ ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି । ବଡ ବଡ ଦେଶମାନେ ତାଙ୍କ ଠାରୁ ଦୂରେଇ ରହୁଛନ୍ତି । ସେ ତାଟିଆ ଧରି ଭିକ ମାଗୁଛନ୍ତି । କିନ୍ତୁ ଦୁନିଆ ଠାରୁ ତାକୁ ସାହାଯ୍ୟ ମିଳୁ ନାହିଁ । ଭାରତ ଉପରେ ଏଭଳି ଆକ୍ରମଣ କରି ପାକିସ୍ତାନ ଭାବୁଛି ସେ ଜିତି ଯାଇଛି । ତେବେ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଉପସ୍ଥିତ ଅଛନ୍ତି । ମୋଦୀଙ୍କ ନିର୍ଦ୍ଦେଶରେ ମଂଚ ଉପରୁ ସମସ୍ତ ଫୁଲ ହଟେଇ ଦିଆଯାଇଛି ।
ଏହା ପୂର୍ବରୁ ସେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଥିଲେ । ସେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଆତଙ୍କୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏତଦ୍ ବ୍ୟତୀତ ମୋଦୀ ନିଜ ଭାଷଣ ପୂର୍ବରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version