ଅପରାଧ

ଆକ୍ରମଣ ପ୍ଲାନ୍ ଫେଲ୍ ! ପୋଲିସ୍ ଜବତ କଲା  ୨୦୦ ରୁ ଅଧିକ ଡେଟୋନେଟର୍

Published

on

ଝାରଖଣ୍ଡ 24/2 : ଝାରଖଣ୍ଡ ଦୁମକାର ମହୁଆଗରୀରେ ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ୍ ନକ୍ସଲଙ୍କ ଘାତକ ଆକ୍ରମଣର ପ୍ଲାନ୍ କୁ ଅସଫଳ କରିଦେଇଛି । ପୋଲିସ୍ ଏଠାକାର ଜଙ୍ଗଲରୁ ବିସ୍ଫୋଟକ ଜବତ କରିଛି । ପୋଲିସ୍ କୁ ଖବର ମିଳିଥିଲା ଯେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପୋଲିସ୍ ଏବଂ ଅର୍ଦ୍ଧସୈନ୍ୟ ବଳକୁ ଟାର୍ଗେଟ୍ କରିବା ପାଇଁ ନକ୍ସଲ୍ ପ୍ଲାନ୍ କରିଛନ୍ତି । ଏହି ଖବରରୁ ଅନୁକରଣ କରିବା ପରେ ପୋଲିସକୁ ଏହି ସଫଳତା ମିଳିଛି ।
ଦୁମକାର ଏସପିଙ୍କ କହିବା ଅନୁସାରେ ତାଙ୍କୁ ଏହି ଖବର ମିଳିଥିଲା ଯେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲ ପୋଲିସ୍ ଏବଂ ଅର୍ଦ୍ଧସୈନ୍ୟ ବଳକୁ ଅସୁବିଧାରେ ପକାଇବା ପାଇଁ ପ୍ଲାନିଙ୍ଗ୍ କରୁଥିଲେ । ପୋଲିସ୍ ଏହି ଖବର ଉପରେ ଜାଞ୍ଚ୍ କରି ୧୭ କେନ୍ ବମ୍ ଏବଂ ୨୦୦ ରୁ ଅଧିକ ଡେଟୋନେଟର୍ ଏବଂ ୧ ଗ୍ରେନେଡ୍ ଜବତ କରି ଡିଫ୍ୟୁଜ୍ କରିଥିଲେ । ଏହି ମାମଲାରେ ଏ ପର‌୍ୟ୍ୟନ୍ତ କେହି ଧରା ପଡିନଥିବା କଥା ଏସପି କହିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version