ଅପରାଧ

ଆଖିବୁଜା ଗୁଳି ଚଳାଇଲେ ମାଓବାଦୀ : ଜଣେ ମୃତ, ଦୁଇ ଗୁରୁତର

Published

on

ରାଉରକେଲା ୨/୨ : ରାଉରକେଲା ନିକଟବର୍ତ୍ତି ଝାଡ଼ଖଣ୍ଡ ଚକ୍ରଧରପୁର ଅଂଚଳର ସେମରା ଗାଁରେ ମାଓବାଦୀମାନେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେଠାରେ ଏକ ପୋଲ ତିଆରି କାମ ଚାଲିଥିବାବେଳେ ୧୨ ରୁ ୧୪ ଜଣ ମାଓବାଦୀ ବାଇକରେ ଆସି ସେଠାରେ ପହଂଚିଥିଲେ । ସେମାନେ ଶ୍ରମିକମାନଙ୍କ କ୍ୟାମ୍ପରେ ନିଆଁ ଲଗାଇ ଦେଇଥିବାବେଳେ କେତେକ ଗାଡ଼ିକୁ ଜାଳି ଦେଇଥିଲେ । ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇବା ଫଳରେ ଜଣେ ଠିକା କର୍ମଚାରୀ ପ୍ରାଣ ହରାଇôବା ସହ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version