ରାଜ୍ୟ

ଆଗକୁ ବଢ଼ୁଛି ପେଥାଇ : ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published

on

ଭୁବନେଶ୍ୱର ୧୬/୧୨ : ସାମୂଦ୍ରିକ ଝଡ଼ “ପେଥାଇ’’ ଏବେ ଚେନ୍ନାଇ ଉପକୂଳରୁ ଆନ୍ଧ୍ର ମୁହାଁ ହୋଇ ଧୀରେ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି । ଏହା ଘଣ୍ଟାକୁ ୩୦ ରୁ ୪୦ କିଲୋମିଟର ବେଗରେ ଗତି କରୁଛି । “ପେଥାଇ” ଆସନ୍ତାକାଲି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ । ଏହାଛଡା ଦକ୍ଷିଣଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଜିଲ୍ଲାରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଣ୍ଡିରେ ଧାନକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ବିହିତ ପଦକ୍ଷେପ ନେବାଲାଗି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମୂଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସଜୀବୀମାନଙ୍କୁ ପୂର୍ବରୁ ସତର୍କ ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version