Nation

ଆଗାମୀ ଜୁଲାଇ ବେଳକୁ ବିସ୍ଫୋରକ ରୂପ ନେବ ପେଗାସସ ପ୍ରସଙ୍ଗ: ଜ୍ୟୋତିଷଙ୍କ ଭବିଷ୍ୟବାଣୀ

Published

on

ଭୁବନେଶ୍ୱର: ବର୍ତ୍ତମାନ ଚରମ ବିବାଦରେ ଥିବା ପେଗାସସ ଗୁଇନ୍ଦାଗିରୀ ପ୍ରସଙ୍ଗ ଆଗାମୀ ବର୍ଷ ଜୁଲାଇ ମାସ ବେଳକୁ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ। ଏହା ଫଳରେ ଭାରତ ଓ ଇସ୍ରାଇଲ ସରକାରଙ୍କୁ ସାଙ୍ଘାତିକ ସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ।

ଏଭଳି ଭବିଷ୍ୟବାଣୀ ଶୁଣାଇଛନ୍ତି ଜ୍ୟୋତିଷମାନେ। ଭାରତ ଦେଶର ଏବଂ ଇସ୍ରାଇଲ ଦେଶର କୋଷ୍ଠୀ ଗଣନା କରି ଏଭଳି ଘଟଣା ଘଟିବବୋଲି ଗଣନାକାରୀମନେ କହିଛନ୍ତି।

ଜ୍ୟୋତିଷ ଶାସ୍ତ୍ରରେ  ତୃତୀୟ ଘରେ ଯୋଗା ଯୋଗ, ଦ୍ଵାଦଶ ଘରେ ଗୁଇନ୍ଦାଗିରୀ ଏବଂ ଅଷ୍ଟମ ଘରେ ବିବାଦ ଅବସ୍ଥାନ କରେ। ଏହାକୁ ନେଇ ଜ୍ୟୋତିଷମାନେ ଦୁଇଦେଶର କୋଷ୍ଠୀ ଗଣନା କରିଛନ୍ତି ।

ନିଭ, ଶାହାଲେବ ଓମରୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏନଏସଓ ଗ୍ରୁପ ଟେକ୍ନୋଲୋଜି କମ୍ପାନୀର ପେଗାସସ ଗୁଇନ୍ଦାଗିରୀ ସଫ୍ଟୱେର ସମ୍ପ୍ରତି ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ଭାରତରେ ମଧ୍ୟ ବିରୋଧୀ ଦଳ ଏହାକୁ ନେଇ ସାଂସଦ ଅଚଳ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version