ଭୁବନେଶ୍ୱର ୨୨/୫ : ରାଜ୍ୟରେ ଏବେ ବି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଗାମୀ ୨୪ଘଣ୍ଟାରେ ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟ ପାଲଟିଛି ତତଲା କଢେଇ । ଅସହ୍ୟ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । ରାଜ୍ୟରେ ଗରମ ଏତେ ହେଉଛି ଯେ ସାଧାରଣ ଲୋକଙ୍କ ଜୀବନଯାପନ ବହୁମାତ୍ରାରେ ପ୍ରଭାବିତ ହେଉଛି । ଆଗାମୀ ୩,୪ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏହା ସହ ୨୪ଘଣ୍ଟା ମଧ୍ୟରେ ଚାରୋଟି ଜିଲ୍ଲାରେ ତାତି ବଢିପାରେ ବୋଲି ସୂଚନା ମିଳିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।