ରାଜନୀତି

ଆଚରଣବିଧି ଲାଗୁ ସତ୍ତ୍ବେ ବନ୍ଦ ହେବନି କାଳିଆ : ଶଶିଭୂଷଣ

Published

on

ଭୁବନେଶ୍ୱର ୧୧/୩ : ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, କାଳିଆ ଏକ ନିରନ୍ତର ଯୋଜନା । ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍ କଥା ନୁହେଁ । ଯଦି କେହି ବଞ୍ଚିତ ହୋଇଛନ୍ତି କିମ୍ବା କାହା ନାମ ଏକାଧିକ ଥର ଆସିଛି ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି । କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । ତେଣୁ ଏହାକୁ ମାର୍ଚ୍ଚ ୩୧ତାରିଖ ପର‌୍ୟ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସେହିପରି ପିଏମ୍ କିଶାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର‌୍ୟ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।
ସେହିପରି କାଳିଆରେ ଟୋକ୍ନୋଲଜିକାଲ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ନଜରକୁ ଆସିଛି । ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ତୄଟିବିଚ୍ୟୁତି ସୁଧାରି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ। ଆଚରଣବିଧି ଲାଗୁ ସତ୍ତ୍ବେ ବନ୍ଦ ହେବନି କାଳିଆ। ମାର୍ଚ୍ଚ ୩୧ ସୁଦ୍ଧା ବ୍ୟବସ୍ଥାକୁ ସଂପ୍ରସାରଣ ହୋଇଛି। ରାଜ୍ୟ ସରକାର ପିଏମକିଷାନ ପାଇଁ ପଠାଇଥିଵା ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କୁ କାହିଁକି କାଟିଲେ ତାହାର ଜବାବ ଆଗ କେନ୍ଦ୍ର ଦେଉ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Trending

Exit mobile version