ରାଜନୀତି

ଆଚରଣ ବିଧି ଉଲ୍ଲଂଘନ : ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିବା ନେଇ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ

Published

on

ପୁରୀ ୨୭/୩ : ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତିକୁ ପ୍ରଚାରରେ ବ୍ୟବହାର କରି ବିବାଦରେ ଫସିଛନ୍ତି । ନିର୍ବାଚନ ପ୍ରଚାରରେ ଧର୍ମୀୟ ଭାବନାରେ ଦ୍ୱାହି ଦେଇ ଜଗନ୍ନାଥଙ୍କୁ ବ୍ୟବହାର କରି ଶ୍ରୀପାତ୍ର ମହାପଭୁଙ୍କୁ ଅସମ୍ମାନ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗ ଉଠାଇବା ସହ ସିଂହଦ୍ୱାର ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହା ସହ ସିଂହଦ୍ୱାର ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି । ଆଚରଣ ବିଧି ଉଲଂଘନ କରିଥିବା ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥଶ ଜିଲ୍ଳାପାଳ ତାଙ୍କୁ ନୋଟିସ ମଧ୍ୟ କରିଥିବା ଜଣାପଡିଛି । ସୋମବାର ସମ୍ବିତ ଜଗନ୍ନାଥଙ୍କ ପ୍ରତିମୂର୍ତି ଧରି ପ୍ରଚାର କରିଥିଲେ । ଏହାକୁ ନେଇ ପୁରୀରେ ଜନଅସନ୍ତୋଷ ଦେଖାଦେଇଛି । ଏହି ଘଟଣାରେ ରାଜ୍ୟ କଂଗ୍ରେସର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।
ନିର୍ବାଚନ ପ୍ରଚାର ବେଳେ ସମ୍ବିତ ପାତ୍ର ଭଗବାନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ଠାରୁ ଏକ ଶୋଭାଯାତ୍ରାରେ ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀରେ ପହଞ୍ଚି ଥିଲେ। ଶତାଧିକ ସମର୍ଥକଙ୍କ ସହିତ ଶ୍ରୀମନ୍ଦିର ଦର୍ଶନ କରି ଫେରିଯାଇଥିଲେ।ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି କଂଗ୍ରେସ। ଏ ନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ ସମ୍ବିତଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version