ରାଜ୍ୟ

ଆଜିଠାରୁ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ

Published

on

ଭୁବନେଶ୍ୱର ୧୩/୫ : ଆଜିଠାରୁ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯିବ । କେମିତି ଭୋଟ ଗଣତି ହେବ ତାହାର ଡେମୋ କରି ଦେଖାଇଛନ୍ତି ନିର୍ବାଚନ ଅଧିକାରୀ । ଆଜି ୧୪ଟି ଜିଲ୍ଳାର ରିଟର୍ଣ୍ଣିଂ ଅଫିସର ଆସିଛନ୍ତି । କାଲି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଆସିବେ । ୨ଟି ପର‌୍ୟ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର ପ୍ରତି କାଉଂଟିଙ୍ଗ ହଲରେ ପ୍ରସ୍ତୁତି ଚାଲିଛି । ଗୋଟିଏ ହଲରେ ୭ଟି ଟେବୁଲ ପଡି ବିଧାନସଭା ଓ ଲୋକସଭା ଭୋଟ ଗଣତି ହେବ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।
ତେବେ ଖରାକୁ ଦୃଷ୍ଟିରେ ରଖି ଓଡିଶାର ସମସ୍ତ କାଉଂଟିଙ୍ଗ ସେଂଟରମାନଙ୍କରେ ଏୟାର କଣ୍ଡିସନର ଲଗାଯିବ । ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିବ ର୍ାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର‌୍ୟ୍ୟକ୍ରମ ରହିଛି । ଗୋଟିଏ ହଲରେ ୭ଟା ଟେବୁଲରେ ବିଧାନସଭାର ଭୋଟ ଗଣତି ହେବ । ଏବଂ ବାକି ୭ଟା ଟେବୁଲରେ ଲୋକସଭାର ଭୋଟ୍ ଗଣତି ହେବ । ଅନ୍ୟ ରାଜ୍ୟମାନଙ୍କରେ ୧୪ଟା ଟେବୁଲରେ ଗୋଟିଏ ରାଉଣ୍ଡରେ ଭୋଟ ଗଣତି କରାଯାଉଥିବା ବେଳେ ଓଡିଶାରେ ୭ଟା ଟେବୁଲରେ ଭୋଟ ଗଣତି କରାଯିବ । ତେଣୁ ଯଦି ଆପତତଃ ୨୦ ରାଉଣ୍ଡ ଗଣତି ହୁଏ ତେବେ ଓଡିଶାରେ ତାହା ୪୦ ରାଉଣ୍ଡ ହେବ ।
ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିଭିପାଟ୍ କାଉଂଟିଙ୍ଗ ହେବ । ଯେଉଁଥିପାଇଁ ଅଧିକ ସମୟ ଲାଗିବ । କାରଣ ଏଥିରେ ଯେଉଁ ଲଟେରୀ ହେବ ସେହି ଲଟେରୀରେ ହିଁ ଏକ ଘଂଟାରୁ ଅଧିକ ସମୟ ଲାଗିବ । ତା ପରେ ଭିଭିପାଟ୍ କାଉଂଟିଙ୍ଗ ଯେଉଁଟା ହେବ ୫ଟି ବୁଥରେ ହେବ । ଅର୍ଥାତ୍ ଉଭୟ ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଲଟେରୀ ଅନୁସାରେ ମାତ୍ର ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version