ରାଜ୍ୟ

ଆଜି ଝାରସୁଗୁଡାରୁ ଭୁବନେଶ୍ୱର ବିମାନ ଚଳାଚଳ ଆରମ୍ଭ ହୋଇଛି

Published

on

ଝାରସୁଗୁଡା ୫/୬ : ଆଜିଠୁ ଝାରସୁଗୁଡାରୁ ସିଧାସଳଖ ଭାବେ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ଉଡିଛି ବିମାନ । ଝାରସୁଗୁଡାବାସୀଙ୍କ ଆଶା ପୂରଣ ହୋଇଛି । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱର ଏବଂ ରାୟପୁର ଅଭିମୁଖେ ବିମାନ ଚଳାଚଳ କରିଛି ।
ଆଜିଠାରୁ ପ୍ରତିଦିନ ସକାଳ ୧୦ଟା ୩୫ରୁଏୟାର ଇଣ୍ଡିଆର ଏକ ଅନୁବନ୍ଧିତ ସଂସ୍ଥାର ବିମାନ ଏଟିଆର-୭୨ ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଯାତ୍ରା କରିଛି । କିନ୍ତୁ ଆଜି ୧୧ଟା ୧୫ରେ ଏହା ଭୁବନେଶ୍ୱର ଗସ୍ତ କରିଥିଲା । ଏତତ୍ ବ୍ୟତୀତ ଅପରାହ୍ନ ୫ଟା୧୫ରେ ରାୟପୁର ଅଭିମୁଖେ ବିମାନ ଉଡିବ । ସୂଚନାଯୋଗ୍ୟ କି, ଗତ ମାର୍ଚ୍ଚ ୩୧ ତାରିଖରୁ ଉଡାନ ଯୋଜନାରେ ସ୍ପାଇସ୍ ଜେଟ୍ ଝାରସୁଗୁଡାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ବିମାନ ଚଳାଚଳ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version