ଭୁବନେଶ୍ୱର ୧୩/୪ : ଆଜି ରାଜ୍ୟସାରା ପାଳିତ ହେଉଛି ରାମନବମୀ । ଗାଁ ଠାରୁଁ ସହର ସବୁଠି ଜାକଜମକରେ ପାଳିତ ହୋଇଛି ଏହି ପର୍ବ । ଶ୍ରୀମନ୍ଦିରରେ ଆଜି ରାମ ନବମୀ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଠାକୁରଙ୍କ ସାଧାରଣ ଦର୍ଶନ ୪ ଘଂଟା ବନ୍ଦ ରହିବ । ରାମ ମନ୍ଦିରରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଯାଇଛି । ସକାଳୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।
ମହାପ୍ରଭୁ ରାମଙ୍କ ଦର୍ଶନ ଭକ୍ତ ମାନେ ସକାଳୁ ସକାଳୁ ହାତରେ ଧୁପ ଦିପ,ଭୋଗ ରାଗ ଧରି ଲମ୍ବା ଲାଇନରେ ଛିଡାହୋଇଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଏ । ରାମଚନ୍ଦ୍ର ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ତାଙ୍କୁ କଳିଯୁଗରେ ପୂଜା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।