ଦେଶ ବିଦେଶ

ଆଝାରୁଦ୍ଦିନ୍ ହେଲେ ତେଲେଙ୍ଗାନା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ

Published

on

ନୂଆଦିଲ୍ଲୀ ୩୦/୧୧ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସର ପୂର୍ବତନ ସାଂସଦ ମହମ୍ମଦ ଆଝାରୁଦ୍ଦିନ୍ ତେଲେଙ୍ଗାନା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ଏହାସହ ଦଳର ବରିଷ୍ଠ ନେତା ସନ୍ଦୀପ୍ ଦିକ୍ଷୀତଙ୍କୁ ଏଆଇସିସିର ସଚିବ ରୂପେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଆଝାରୁଦ୍ଦିନ୍ ୨୦୦୯ରେ ଉତରପ୍ରଦେଶର ମୋରଦାବାଦ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ରେ ରାଜସ୍ଥାନର ଟଙ୍କ ସୱାଇ ମାଧପୁରରୁ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version