ଆଡିଲେଡ ୧୦/୧୨ : ଆଡିଲେଡ ଟେଷ୍ଟରେ ଭାରତ ରୋମାଂଚକର ବିଜୟ ହାସଲ କରିଛି । ୩୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ କିଛି ସମୟ ଧରି ଦୃଢ଼ ସଂଘର୍ଷ କରିଥିଲେ ହେଁ ଶେଷରେ ୨୯୧ ରନରେ ଅଲ୍ଆଉଟ ହୋଇଯାଇଥିଲା ଫଳରେ ଭାରତ ୩୧ ରନରେ ବିଜୟୀ ହୋଇଥିଲା । ବୁମରା, ସାମି ଓ ଅଶ୍ୱିନୀ ପ୍ରତ୍ୟେକେ ୩ଟି ଲେଖାଏଁ ଉଇକେଟ୍ ଅକ୍ତିଆର କରିଛନ୍ତି । ଚେତେଶ୍ୱର ପୂଜାରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାରେ ସସ୍ମାନିତ କରାଯାଇଛି ।