କ।ଶୀନଗର ୧୨/୫ : କ।ଶୀନଗରରେ ଏକ ନିର୍ବାଚନ ସଭାରେ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ସଭାରେ ପୁଣିଥରେ ସେନାକୁ ସାମ୍ନାକୁ ଆଣିଛନ୍ତି ମୋଦି । ନିର୍ବାଚନ ସଭାରେ ମୋଦି କହିଛନ୍ତି, ଆଜି ସକାଳୁ କାଶ୍ମୀରରେ କିଛି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଆମ ବୀର ଯବାନ ମାନେ । କିନ୍ତୁ ଏହାକୁ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଉଛନ୍ତି ଯେ, ମତଦାନ ଚାଲିଥିବା ଆତଙ୍କବାଦୀଙ୍କୁ କାହିଁକି ମାରିଲ ।
ଆତଙ୍କବାଦୀ ମାନେ ବୋମା ଓ ବନ୍ଧୁକ ଧରି ଆକ୍ରମଣ କରୁଛନ୍ତି । ଏଭଳି ସ୍ଥଳେ କଣ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ଭାରତୀୟ ସେନା କଣ ନିର୍ବାଚନ ଆୟୋଗଙ୍କ ଅନୁମତି ଆଣିବେ । ବିରୋଧୀମାନେ ଏ କିଭଳି ନାଟକ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଅପରେସନ ଚାଲୁଥିଲା ଓ ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ମୋଦି ।