ରାଜ୍ୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ! ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

Published

on

ପୁରୀ ୨୦/ ୨ : ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ଥିବା ନେଇ ଚିଠି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଆସିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରସାଶକ କହିଛନ୍ତି ଯେ ଏହା ଏକ ନିୟମିତ କାର‌୍ୟ୍ୟକ୍ରମ, ନିୟମିତ ବ୍ୟବଧାନରେ ଏହିପରି ଚିଠି କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଆସିଥାଏ । ଶ୍ରୀମନ୍ଦିରର ସୁରକ୍ଷ ପାଇଁ ପ୍ରାଶସନ ସଚେତନ ରହିଛି, ଏଥିପ୍ରତି ନଜର ରଖାଯାଇଛି ।
ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟ ରହିଛି ଶ୍ରୀମନ୍ଦିର । ସମ୍ବେଦନଶୀଳ ତାଲିକାରେ ରହିଛି ଶ୍ରୀମନ୍ଦିର । ଏହା ପୂର୍ବରୁ ମଧ୍ୟ ଏନେଇ ଏନସଜି ପକ୍ଷରୁ ମଧ୍ୟ ଚିଠି ଲେଖାଯାଇଥିଲା । ଏହା ସହ ନାଲନାସ ସିକ୍ୟୁରିଟର ସଦସ୍ୟମାନେ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରିଥିଲେ । ୩ ବର୍ଷ ପୂର୍ବେ ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ପୁରୀର ଏକ ହୋଟେଲ ରହୁଥିବାରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ସ୍ପଷ୍ଟ ହୋଇଥିଲା । ଶ୍ରୀମନ୍ଦିର ହେଉଛି କୋଟି ଓଡିଆ ଏବଂ ହିନ୍ଦୁ ମାନଙ୍କ ଆରାଧ୍ୟ ସ୍ଥଳି ଏବଂ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିର ସୁରକ୍ଷା ଦିୟୀତ୍ୱ ଅଧିକ ଗୁରୁତ୍ୱ ବହନ କରେ ।

Leave a Reply

Your email address will not be published. Required fields are marked *

Trending

Exit mobile version