ଶ୍ରୀନଗର ୨୮/୫ : କାଶ୍ମୀରରେ କୋକରନାଗରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ଏହି ଏନକାଉଂଟରରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ସୂଚନାଯୋଗ୍ୟ, ଅନନ୍ତନାଗର କୋକରନାଗରେ ଆତଙ୍କୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହା ପରେ ସେନା, ସିଆରପିଏଫ ଏବଂ ଏସଓଜି ସଂଯୁକ୍ତ ଭାବରେ ତଲାଶ ଆଭିଯାନ କରିଥିଲା । ଏହା ପରେ ଆତଙ୍କୀମାନେ ପ୍ରଥମେ ସୁରକ୍ଷା ବାହିନୀଙ୍କ ଆଡକୁ ଗୁଳି ଚାଳନା କରିଥିଲେ । ଫଳରେ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା । ଏହି ଜବାବ ମୂଳକ କାର୍ୟ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ଏପର୍ୟ୍ୟନ୍ତ ସେମାନଙ୍କର ଶବ ଜବତ ହୋଇ ନାହିଁ ।