ଦେଶ ବିଦେଶ

ଆତଙ୍କବାଦ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନହୁଏ ତେବେ ପାକ୍ ସହିତ ଆଲୋଚନା ହେବା ମୁସ୍କିଲ : ଭାରତ

Published

on

ନୂଆଦିଲ୍ଲୀ ୧୬/୩ : ଭାରତ ରୋକ୍ ଠୋକ୍ ଭାବେ କହିଛି ଯେ, ଯଦି ଆତଙ୍କବାଦ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନହୁଏ ତେବେ ପାକ୍ ସହିତ ଆଲୋଚନା ହେବା ମୁସ୍କିଲ। ସରକାର କହିଛି ଯେ, ଯଦି ପାକିସ୍ତାନ ଆତଙ୍କବାଦ ବିରୋଧ ଲଢେଇକୁ ନେଇ ଗମ୍ଭୀର ଏବଂ ଆଲୋଚନା କରିବାକୁ ଚାହୁଁଛି ତେବେ, ଦାଉଦ ଇବ୍ରାହିମ ଓ ସଲାଉଦ୍ଦୀନକୁ ଭାରତକୁ ହସ୍ତାନ୍ତର କରନ୍ତୁ। ସରକାରୀ ସୂତ୍ର ମୁତାବକ ଏହି ଦୁଇ ଆତଙ୍କୀ ବ୍ୟତୀତ ସେହି ଆତଙ୍କବାଦୀଙ୍କୁ ମଧ୍ୟ ହସ୍ତାନ୍ତର କରିବାକୁ କୁହାଯାଇଛି, ଯେଉଁମାନେ ଭାରତୀୟ ମାତ୍ର ପାକିସ୍ତାନରେ ରହୁଛନ୍ତି। ଭାରତ କହିଛି ଯେ, ପୁଲଓ୍ଵାମା ଆତଙ୍କୀ ହମଲାରେ ଜୈଶର ସଂଶ୍ଳିଷ୍ଟତା ପରେ ମଧ୍ୟ ପାକିସ୍ତାନ ମାସୁଦ ଆଝାର ଓ ଏହାର ସଂଗଠନ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ନେଇ ନାହିଁ। ଯଦି ପାକିସ୍ତାନ ବାସ୍ତବରେ ଆତଙ୍କବାଦ ବିରୋଧରେ ସନ୍ଦେଶ ଦେବାକୁ ଚାହୁଁଛି ତେବେ ଦାଉଦ ଇବ୍ରାହିମ ଓ ସୈୟଦ ସଲାଉଦ୍ଦୀନ ସମେତ ଅନ୍ୟ ଭାରତୀୟ ଆତଙ୍କବାଦୀକୁ ଭାରତ ହାତରେ ହସ୍ତାନ୍ତର କରନ୍ତୁ। ପାକିସ୍ତାନ ପକ୍ଷରୁ କିଛି ଆତଙ୍କବାଦୀଙ୍କୁ ତତକ୍ଷଣାତ ଅଟକ ରଖିବା କାର‌୍ୟ୍ୟାନୁଷ୍ଠାନକୁ ଭାରତ କେବଳ ଲୋକଦେଖାଣିଆ କହିଥିଲା। ଏମିତି କାର‌୍ୟ୍ୟାନୁଷ୍ଠାନରେ ଆତଙ୍କବାଦ ଉପରେ କୌଣସି ଫରକ ପଡ଼ିବ ନାହିଁ ବୋଲି ଭାରତ କହିଛି। ଭାରତରେ ଅନେକ ହମଲାର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ, ସଲାଉଦ୍ଦୀନ ସମେତ ଅନେକ ଆତଙ୍କବାଦୀକୁ ହସ୍ତାନ୍ତର କରିବାକୁ ଭାରତ ଦାବି କରିଛି।

Leave a Reply

Your email address will not be published. Required fields are marked *

Trending

Exit mobile version