ସମ୍ବଲପୁର ୮/୧୨ : ସମ୍ବଲପୁରରେ ଦୀର୍ଘଦିନ ଧରି ଚାଲିଥିବା ଭୀମସାର୍ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ଛୁଟିରେ ଯିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବାପରେ ଜୁନିଅର ଡାକ୍ତରମାନେ ଆନ୍ଦୋଳନରୁ ହଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶନିବାର ଅପରାହ୍ନରେ ସେମାନେ ପୁଣି କାମରେ ଯୋଗ ଦେଇଚନ୍ତି । ନିର୍ଦ୍ଦେଶକ ଶ୍ରୀ ପୂଜାହାରୀଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ତାଙ୍କର ଅପସାରଣ ଦାବିରେ ଗତମାସ ୧୯ ତାରିଖ ଠାରୁ ଜୁନିଅର ଡାକ୍ତରମାନେ ଆନ୍ଦୋଳନ ଚଳାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଶ୍ରୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ଛୁଟିରେ ଯିବା ପାଇଁ କୁହାଯିବା ପରେ ଶ୍ରୀ ପୂଜାହାରୀ ଆଜିଠାରୁ ଛୁଟିରେ ଯାଇଛନ୍ତି ।