ନୂଆଦିଲ୍ଲୀ ୨୯/୧୧ : ପୋଲାଭରମ ପ୍ରକଳ୍ପ ମାମଲାରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଝଟ୍କା ଲାଗିଛି । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଆବେଦନକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟ ତୁରନ୍ତ ପ୍ରକଳ୍ପ ସମ୍ପର୍କରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶୁଣାଣି ଓଡ଼ିଶା ଓ ଛତିଶଗଡ଼ରେ କରାଯିବ । ଦୁଇଦିନ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟର ସର୍ତାବଳୀ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ଏହାର ପରବର୍ତୀ ଶୁଣାଣି ହେବ । ଜନଶୁଣାଣି ନ କରି କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା କରିଥିବା ଅଭିଯୋଗ କରି ଓଡ଼ିଶା ସରକାର ଏହା ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ ।