ବ୍ରହ୍ମପୁର ୪/୧ : ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ୨୦ ଜଣ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏମାନେ ନୈନା ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରୁଛନ୍ତି । ସେମାନଙ୍କୁ ୩ ଦିନ ହେବ ଖାଇବାକୁ ଦିଆଯାଇନାହିଁ । ସେମାନେ ମଧ୍ୟ ୨ ମାସ ହେଲା ଦରମା ପାଇନାହାନ୍ତି । ଏହି ଶ୍ରମିକମାନେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳର । ସେମାନେ ନିଜେ ଏକ ଭିଡ଼ିଓ ମାଧ୍ୟମରେ ସୋସିଆଲ ମିଡ଼ିଆରେ ନିଜ ଦୁଃଖ ଜଣାଇଛନ୍ତି ।