ବିଜୟୱାଡା:ଆନ୍ଧ୍ରପ୍ରଦେଶ ରାଜଭବନରେ କରୋନା ମହାମାରୀର ଆତଙ୍କ। ତେବେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସୁସ୍ଥ ଅଛନ୍ତି।
ରାଜଭବନର ୪ଜଣ କର୍ମଚାରୀ କୋଭିଡ ପୋଜେଟିଭ ଜଣା ପଡିବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଟେଷ୍ଟରେ ରାଜ୍ୟପାଳ ହରିଚନ୍ଦନ କରୋନା ନେଗେଟିଭ ଥିବା ଜଣା ପଡିଛି।
ଓଡ଼ିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଗତବର୍ଷ ନିଯୁକ୍ତି ଦେଇଥିଲେ।