ରାଜ୍ୟ

ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ

Published

on

ଭୁବନେଶ୍ୱର ୧୧/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏନଏଫଏସଏ ଏବଂ ଏସଏଫଏସଏସ ହିତାଧିକାରୀ ପରିବାରଗୁଡ଼ିକୁ ୯ ୱାଟର ୪ଟି ଲେଖାଏଁ ବଲବ ବିତରଣ କରାଯିବ । ଏହାଦ୍ୱାରା ୯୫ ଲକ୍ଷ ପରିବାର ଉପକୃତ ହେବେ । ଚଳିତ ମାସ ଓ ଆସନ୍ତା ମାସ ୧୫ ତାରିଖରେ ‘ପିଠା’ କାର୍ଯ୍ୟକ୍ରମରେ ଏହି ବଲବ ବଣ୍ଟନ କରାଯିବ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ବଲବ କିଣିବାକୁ ଯାଉଛନ୍ତି । ତେବେ ବିଜେପି ଏହାକୁ ସମାଲୋଚନା କରି କହିଛି ଯେ, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନକଲ କରି ଏଲଇଡି ଯୋଜନା ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version