ଦେଶ ବିଦେଶ

ଆରପାରିରେ ବର୍ଷିଆନ ଅଭିନେତା କାଦର ଖାନ

Published

on

ମୁମ୍ବାଇ ୧/୧ : ବଲିଉଡ୍ର ପ୍ରଖ୍ୟାତ ଅଭିନେତା କାଦର ଖାଁ ଆଉ ନାହାନ୍ତି । କାନାଡ଼ାର ଏକ ହସ୍ପିଟାଲରେ ଗତକାଲି ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ଅସୁସ୍ôଥଥିଲେ । ସୋମବାର ସନ୍ଧ୍ୟା ୬ଟାରେ ତାଙ୍କର ଦେବହାନ୍ତ ହୋଇଛି ବୋଲି ତାଙ୍କ ପୁତ୍ର ସରଫରାଜ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମେଗାଷ୍ଟାର ଅମିତାଭ ବଚନ, ଅମୀର ଖାନ, ସାହାରୁଖ ଖାନ, ଗୋବିନ୍ଦା, ଶକ୍ତି କପୁର ପ୍ରମୁଖ ବହୁ ବଲିଉଡର ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି ।
୧୯୭୩ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଦାଗ’ରୁ ନିଜ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିବା ପରେ ସେ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି । ଧରମବୀର, ଗଙ୍ଗା ଜମୁନା ସରସ୍ୱତୀ, କୁଲି, ଦେଶପ୍ରେମୀ, ସୁହାଗ, ପର୍ବରିଶ୍, ଅମର ଆକବର ଆନ୍ଥୋନୀ, ଜ୍ୱାଲାମୁଖୀ, ଶରାବୀ, ଲାୱାରିଶ୍, ମୁକଦ୍ଦର କା ସିକନ୍ଦର ଆଦି ୩୦୦ରୁ ଉଦ୍ଧ୍ୱର୍ ଫିଲ୍ମରେ ଅଭିନୟ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ସେ କେତେକ ଚଳଚ୍ଚିତ୍ରରେ ପଟକଥା ଲେଖିବା ସହ ୨୪୫ ଫିଲ୍ମର ସଂଳାପ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version