କୋଲକାତା ୩୦/୧୨ : ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ମୃଣାଳ ସେନ ଆଉ ନାହାନ୍ତି । ରବିବାର ସକାଳେ ୯୫ ବର୍ଷ ବୟସରେ ଏଠାରେ ତାଙ୍କର ପରଲୋକ ହୋଇଯାଇଛି । ପ୍ରଯୋଜନା ଓ ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୮ଟି ଜାତୀୟ ପୁରସ୍କାର ଲାଭ କରିଥିଲେ । ଜାତୀୟ ପୁରସ୍କାର ଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ପ୍ରମୁଖ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରେ ମୃଗୟା, ଭୁବନ ଶୋମ, ନୀଲ୍ ଆକାଶେର ନିଚେ, ଅକାଲେର ସନ୍ଧାନେ ଆଦି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ । ଚଳଚ୍ଚିତ୍ର କ୍ଷେତ୍ରକୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।