ନୂଆଦିଲ୍ଲୀ ୨୪/୨ : ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତର ପ୍ରଦେଶ ଗୋରଖପୁରରେ ବିଧିବଦ୍ଧ ଭାବେ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାୟ ୧୨କୋଟି କୃଷକ ଉପକୃତ ହେବେ । ଏହାସହ ପ୍ରଥମ କିସ୍ତୀରେ କୃଷକଙ୍କ ବ୍ୟାଙ୍କ ଆକାଉଂଟକୁ ୨ହଜାର ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁରରେ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାକୁ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ୧୨ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ଯିବ ।
ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପିଏମ-କିଷାନ ଯୋଜନା ଅଧିନରେ ଟଙ୍କା ଦିଆଯିବ । ଜଣେ ଯୋଗ୍ୟ ଚାଷୀ ବର୍ଷକୁ ୬ହଜାର ଟଙ୍କା ପାଇବେ । ଯୋଗ୍ୟ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବା ପରେ ଟଙ୍କା ପଠାଯିବ । ଏହାସହ ଏହି ଅବସରରେ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କୃଷକଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୧୯-୨୦ର ଅନ୍ତରୀଣ ବଜେଟରେ ପିଏମ-କିଷାନ ଯୋଜନାକୁ ଘୋଷଣା କରିଥିଲେ । ଏହି ଯୋଜନା ଅନୁସାରେ ସରକାର ୨ ହେକ୍ଟର ଜମି ଥିବା ୧୨ କୋଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ।