ଭୁବନେଶ୍ୱର ୧୫/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନେତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ମାଗଣାରେ ଛାତ୍ରଛାତ୍ରୀ ଓ ବୟସ୍କ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯିବ । ଏଥିପାଇଁ ୫ ବର୍ଷରେ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗୋଷ୍ଠୀ ଓ ଉପଖଣ୍ଡ ଚିକିତ୍ସାଳୟ ସହ ଜିଲ୍ଲା ସଦର ହସ୍ପିଟାଲ ଓ ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲଗୁଡ଼ିକରେ ଏହି ଯୋଜନା ଉପଲବ୍ଧ ହେବ ।