ରାଜନୀତି

ଆର୍ଥିକ ସାହାଯ୍ୟ ମାଗିଲେ ନିରଞ୍ଜନ

Published

on

ଭୁବନେଶ୍ୱର : ବିଜେପୁର ନିର୍ବାଚନ ପାଇଁ ଚଳଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ଟିକଟ ବଣ୍ଟା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଅଙ୍କ କଷା । ବିଜେପି ଓ ବିଜେଡି ନିଜର ଦଳ ପାଇଁ ଅଣ୍ଟା ଭିଡୁଥିବା ବେଳେ ରାଜ୍ୟର କଂଗ୍ରେସ ପାଖରେ ଅର୍ଥର ଅଭାବ ଦେଖା ଦେଇଛି । ଏହି କଥା ନିଜେ କଂଗ୍ରେସ ସଭାପତି ନିରଁ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ବିନା ଅର୍ଥରେ କଂଗ୍ରେସ କିପରି ନିର୍ବାଚନ ଲଢିବ ସେ ଚିନ୍ତା ଦଳକୁ ଘାରିଛି । ତେବେ ଅର୍ଥ ପାଇଁ ଆଗକୁ ଆସିଛନ୍ତି ଖୋଦ ଦଳର ମୁଖିଆ ନିଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ନିକଟରେ ନିର୍ବାଚନ ସରିଥିବାରୁ କଂଗ୍ରେସ ପାଖରେ ଟଙ୍କା ନାହିଁ । ତେଣୁ ଏବେ ନେତାମାନେ ଆର୍ଥିକ ସାହାର୍ଯ୍ୟ କରନ୍ତୁ ବୋଲି ନିଞ୍ଜନ କହିଛନ୍ତି । ଅକ୍ଟେବର ୨୧ ରେ ବିଜେପୁର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ଅକ୍ଟୋବର ୨୪ ରେ ଏହାର ଫଳାଫଳ ବାହାରିବ । ଏହା ମଧ୍ୟରେ କଂଗ୍ରେସ ପକ୍ଷରୁ ୫ ଜଣିଆ ପ୍ରାର୍ଥୀ ତାଲିକା ଏଆସିସିକୁ ପଠାଯାଇଛି । ଚୟନ କମିଟି ନିଷ୍ପତି ଅନୁସାରେ ପାର୍ଥୀ ଚୟନ କରାଯିବ । ଏହି ତାଲିକାରେ ଅଭିଷେକ ସେଠ, ଦିଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍କିତା ସୁଆର ଓ ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ରହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version