ରାଜ୍ୟ

ଆର‌୍‌ପିଏଫ୍‌ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଫୋନ୍ ନମ୍ବର ୧୮୨

Published

on

ଭୁବନେଶ୍ୱର ୧୩/୬ : ଆର‌୍‌ପିଏଫ୍‌ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଫୋନ୍ ନମ୍ବର ୧୮୨ । ଆର‌୍‌ପିଏଫ୍‌ ପକ୍ଷରୁ ଜାରି ଏହି ନମ୍ବର ମାଧ୍ୟମରେ ଯାତ୍ରୀ ଯେ କୌଣସି ସହାୟତା ପାଇପାରିବେ । ଫୋନ୍‌ କଲ୍‌ ମିଳିବା ପରେ ଆର‌୍‌ପିଏଫ୍‌ ଥାନା ଅଧିକାରୀ ତୁରନ୍ତ ଟ୍ରେନ୍‌ରେ ପହଞ୍ଚି ଯାତ୍ରୀକୁ ସହଯୋଗ କରିବେ । ଆଜି ଜାରି ହୋଇଥିବା ଏହି ନମ୍ବର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ କଟକ ରେଳ ଷ୍ଟେସନ ସମେତ ଟ୍ରେନ୍‌ରେ ଲିଫ୍‌ଲେଟ୍‌ ଏବ˚ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା ।
ଓଡ଼ିଶା ଦେଇ ଯାଉଥିବା ଏକ୍କପ୍ରେସ୍‌ ଟ୍ରେନ୍‌ରେ ବିହାର, ପଶ୍ଚିମବଙ୍ଗର ଅଧିକ ସ˚ଖ୍ୟାରେ ଅପରାଧୀ ଅପରାଧ ଘଟାଉଛନ୍ତି। ଓଡ଼ିଶା ସୀମା ପାର‌୍‌ ହେବା ପରେ ଏଠାକାର ଜିଆର‌୍‌ପି ଥାନା ସେମାନଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାତ୍ରୀଙ୍କ ନିକଟରୁ ନିଶା ଦେଇ ଲଗେଜ୍‌ ଚୋରି ଏବ˚ ଛିନ୍‌ତାଇ ଏତେ ସ˚ଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଆର‌୍‌ପିଏଫ୍‌ ଥାନା ପକ୍ଷରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଯଦିଓ ସ୍ବତନ୍ତ୍ର ଦେୟମୁକ୍ତ ନମ୍ବର ‘୧୮୨’ ଆଜି ଜାରି କରାଯାଇଛି, କିନ୍ତୁ ଉକ୍ତ ନମ୍ବର ଡାଏଲ କରି ଟ୍ରେନ୍‌ରେ ଯାତ୍ରା କଲା ବେଳେ ଯାତ୍ରୀ ନିଖୋଜ, ଅପହରଣ, ଚୋରି, ଛିନତାଇ କିମ୍ବା ଆକ୍ରମଣର ଶିକାର ହେଲେ ଆର‌୍‌ପିଏଫ୍‌ ପୁଲିସ ସହାୟତା ପାଇଁ ଉକ୍ତ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version