ମନୋରଂଜନ

ଆର ପାରିରେ ସାଉଥ କମେଡିଆ ଭେନୁ ମାଧବ

Published

on

ହାଇଦ୍ରାବାଦ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡିର କମେଡିଆନ ଭେନୁ ମାଧବ ଆଜି ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା । ସେ ଦିର୍ଘ ଦିନ ହେବ ଲିଭର କିଡନୀ ସଂକ୍ରାନ୍ତ ରୋଗରେ ପୀଡିତ ଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ଲାଇଭ ସପୋର୍ଟ ସିଷ୍ଟିମରେ ରଖାଯାଇଥିଲା । ୧୯୭୯ ମସିହାରେ ତେଲେଙ୍ଗାନା ରାଜ୍ୟର କୋଡାଡରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୬ ମସିହାରେ ‘ସମ୍ପଦାୟମ’ ଫ୍ଲଲ୍ମରେ ସେ ପ୍ରଥମ ଥର ପାଇଁ ଟଲିଉଡରେ ପାଦ ରଖିଥିଲେ । ଏହା ପରେ ତାଙ୍କୁ ମାଷ୍ଟର ଫିଲ୍ମରେ ଦେଖିବାକୁ ମିଳିଥିଲା ।ପରେ ତାଙ୍କ ପରିଚୟ ସେ ହାସ୍ୟ ଅଭିନେତା ଭାବରେ ସେ ଦର୍ଶକଙ୍କ ମଧ୍ୟରେ ସାମିଲ ହୋଇଥିଲେ । ଖୁବ କମ୍ ବୟସରେ ଅସୁସ୍ଥାତା କାରଣରୁ ସେ ରୁପେଲି ପରଦାରୁ ଦୂରେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version