ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନୀତ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ଆସନ୍ତା ୩୦ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ଚଳଚ୍ଚତ୍ରି ପୁରସ୍କାର ପ୍ରଦାନ ସମାରୋହରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ଆଶା ପାରେଖଙ୍କୁ ପ୍ରଦାନ କରିବେ।
ଆଶା ପାରେଖ ତାଙ୍କ ଜୀବନରେ ୯୫ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ଗୁଡିକ ମଧ୍ୟରେ ରହିଛି ମେରା ଗାଓଁ ମେରା ଦେଶ, ତିସରୀ ମଂଜିଲ, କଟୀ ପତଙ୍ଗ, ଆନ ମିଲୋ ସଜନା, ଲଭ ଇନ ଟୋକିୟୋ, ଆୟା ସାବନ ଝୁମ କେ ।
- ଶ୍ରୀମତୀ ଆଶା