ଦେଶ ବିଦେଶ

ଆସନ୍ତାକାଲି ଅଭିନନ୍ଦନଙ୍କୁ ଛାଡ଼ି ଦେବୁ : ପାକିସ୍ତାନ

Published

on

ନୂଆଦିଲ୍ଲୀ ୨୮ : ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ମୁକ୍ତିକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ମାତ୍ର ଏହା ମଧ୍ୟରେ ପାକିସ୍ତାନ ବଡ଼ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ ଭରାତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ। ଏହି ସମୟରେ ସେ କହିଛନ୍ତି ଯେ ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ। ଭାରତ ପୁଲଓ୍ଵାମା ହମଲାର ପ୍ରମାଣ ପ୍ରଦାନ କରିଛି।
ସୀମାପାରରେ ଜାରି ଗୁଳି ବର୍ଷଣ ଓ ଭାରତୀୟ ସେନାର ସମ୍ଭାବିତ ଆକ୍ସନରେ ଭୟଭୀତ ହୋଇ ପାକିସ୍ତାନ ଭାରତୀୟ ପାଇଲଟଙ୍କୁ ଛାଡ଼ିବାକୁ ଘୋଷଣା କରିଛି। ପାକ୍ ସଂସଦର ମିଳିତ ଅଧିବେଶନକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କହିଛନ୍ତି ଯେ, ଶାନ୍ତିର ସଙ୍କେତ ଦେଇ ଆମେ ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବ।

Leave a Reply

Your email address will not be published. Required fields are marked *

Trending

Exit mobile version