ପୁରୀ ୧୫/୬ : ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଦଇତା ସବେକମାନେ ମଙ୍ଗଳ ଆଳତୀ ପରେ ପ୍ରବେଶ କରିଛନ୍ତି । ଆଜି ବାହୁଟ କଣ୍ଟ ବନ୍ଧା ନୀତି ହେଉଛି । ଆସନ୍ତାକାଲି ସେନାପଟା ବନ୍ଧା ଯିବ । ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ସୋମବାର ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବ । ଏହା ପୂର୍ବରୁ ଶ୍ରୀଜୀଉ ଅଙ୍ଗରକ୍ଷକଭାବେ ପରିଚିତ ଦଇତା ସେବକ ମାନେ ବାହୁଟ ଓ ସେନାପଟା ଲାଗି କରୁଛନ୍ତି । ଆଜି ଦଇତା ସେବକମାନେ ମଙ୍ଗଳଆଳତୀ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ପ୍ରଥମେ ବାହୁଟ ବନ୍ଧା ଯିବ । ଏହା ପରେ ଆସନ୍ତାକାଲି ସେନାପଟା ବନ୍ଧା ଯିବ । ଏଥିପାଇଁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।