କଟକ ୨୦/୫ : ଆସନ୍ତାକାଲି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ସକାଳ ୯ ଘଟିକା ସମୟରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କାର୍ୟ୍ୟାଳୟରେ ଫଳାଫଳ ପୁସ୍ତିକା ଉନ୍ମୋଚନ ହେବ । ଦିନ ୧୧ଟା ପରେ ଫଳାଫଳ ଅନ୍ଲାଇନ୍ରେ ଉପଲବ୍ଧ ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନାରା ବେଗମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ।

ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୧୧ଟାରେ ଅନ୍ଲାଇନ୍ରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଦେଖିପାରିବେ । ବୋର୍ଡ ଦ୍ୱାରା ଦିଆଯାଇଥିବା ୨ଟି ୱେବ୍ ସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ଏବଂ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ରେ ରେଜଲ୍ଟ ଦେଖି ହେବ । ଯେଉଁଠାରେ ଇଣ୍ଟରନେଟ୍ର ସୁବିଧା ନାହିଁ ସେହିସ୍ଥାନର ପିଲାମାନଙ୍କ ପାଇଁ ମୋବାଇଲ୍ ଏସ୍ଏମ୍ଏସ୍ର ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଆର୍୧୦ ଲେଖିବା ପରେ ସ୍ପେଶ୍ ଦେବେ ଏହା ପରେ ନିଜର ରୋଲ୍ ନମ୍ବର ଲେଖିବେ (ଙଜ୧୦ ଗ୍ଦକ୍ଟ୍ରବମର ଜକ୍ଟକ୍ଷକ୍ଷ ଘଙ୍କଜ୍ଞଭରକ୍ସ) । ଏହି ମେସେଜ୍କୁ ୫୬୭୬୭୫୦ ନମ୍ବରକୁ ପଠାଇ ଦେବେ । ଏହା ପରେ ରେଜଲ୍ଟ ପାଇଯିବେ ବୋଲି ଅଧ୍ୟକ୍ଷା କହିଛନ୍ତି ।