Connect with us

ଭୁବନେଶ୍ୱର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ  ହୋଇ ଆସୁଅଛି। ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ ।ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ।

ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର,ୟୁଟ୍ୟୁବ୍  ପରି ସମସ୍ତ ଅଫିସିଆଲ୍ ଫୋରମ୍ ରେ ସିଧା ପ୍ରସାରିତ ହେବ।

ଓଡ଼ିଶା  ଡାଏରୀ ଫାଉଣ୍ଡେସନ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ଵରୂପ କନ୍ଧମାଳ  ସାହିତ୍ୟ ମହୋତ୍ସବକୁ ଅନ୍ ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର  ବିଶ୍ଵରେ ଆମର ସ୍ଥାନୀୟତାକୁ,  ଆମର ବିଭବକୁ ପ୍ରଚାର କରିବା ଓ ସମଗ୍ର ରାଜ୍ୟ,ଦେଶ ଓ ବିଶ୍ଵ ସହ ଯୋଡ଼ି ହେବା।  କନ୍ଧମାଳ ଏହାର ଅପରୂପ  ସୌନ୍ଦର୍ଯ୍ୟ, ସ୍ୱଦେଶୀ ସଂସ୍କୃତି ଏବଂ ଅଧିବାସୀ ମାନଙ୍କର ସାମାଜିକ ଜୀବନ ଓ ନିରଡାମ୍ବର ଚଳଣୀ ସହ  ଆଚରଣରେ ସରଳତା ପାଇଁ ପ୍ରସିଦ୍ଧ | ଚିନ୍ତକ, ଦାର୍ଶନିକ,ସମାଜବିତ୍, ଲେଖକ ଏବଂ କବିମାନଙ୍କୁ ଏହି ଭୂଖଣ୍ଡ ବାରମ୍ବା ଆକୃଷ୍ଟ କରି ଆସିଛି।

ଦିନ ଦୁଇଟାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ  ଉଦଘାଟନ  କରିବେ। ପରେ ପରେ ଆଉ ତିନୋଟି ଅଧିବେଶନ  ଯଥାକ୍ରମେ ଅପରାହ୍ନ  ୩ରୁ  -୩.୪୫, ୪ରୁ-୪.୪୫ଏବଂ ୫  ରୁ ୫.୪୫ଘଣ୍ଟିକା ଯାଏଁ ଅନୁଷ୍ଠିତ ହେବ।  ଏ ଅନ୍ୟ ଉଲ୍ଲେଖନୀୟ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ  ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ , ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍ ,  ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ,ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ  ନାୟକ , ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ,ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ଆଦି ସାରସ୍ଵତ ସାଧକମାନେ ଅଛନ୍ତି।

କନ୍ଧମାଳ ସାହିତ୍ୟ ମହୋତ୍ସବ ତଥା କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡା କୁହନ୍ତି, “ଏହା ଏକ କଠିନ ସମୟ ଯେତେବେଳେ ଆମେ ଦିନକୁ ଦିନ ସଂଘର୍ଷ ସହ ମହାମାରୀ ସହ ଲଢୁଛୁ। ବୈଷୟିକ ଜ୍ଞାନ କୌଶଳ ସୋସିଆଲ ମିଡିଆକୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମରେ ପରିଣତ କରିଛି।ବିଶ୍ଵକୁ ଦେବା ପାଇଁ କନ୍ଧମାଳ ପାଖରେ ଅନେକ କିଛି ଅଛି | ଏହା ଅନେକଙ୍କ ପାଇଁ ଏକ ନିରବ ପ୍ରେରଣା ଅଟେ | ଏହି ମହୋତ୍ସବ ଆୟୋଜନ କରିବାର କାରଣ ହେଉଛି ବିଶ୍ୱକୁ ଓଡ଼ିଶାର ସ୍ୱଦେଶୀ ଏବଂ ସାଂସ୍କୃତିକ ଐତିହ୍ୟକୁ ଜଣାଇବା |  କନ୍ଧମାଳର ସାହିତ୍ୟ, କଳା, ଏବଂ ସଂସ୍କୃତି ସହିତ ସାରା ରାଜ୍ୟର ପରିଚୟ ହେବା ସହ ଜଡ଼ିତ ହେବାର ମାଧ୍ୟମ ଏହି କନ୍ଧମାଳ ସାହିତ୍ୟ ଭର୍ଚୁଆଲ୍ ମହୋତ୍ସବ ।”

ରାଜ୍ୟର ସାହିତ୍ୟ କ୍ୟାଲେଣ୍ଡରରେ ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ସମସ୍ତ କନ୍ଧମାଳର ଜ୍ଞାନୀ ଗୁଣୀ ,ଶିକ୍ଷାବିତ୍ ,ସାହିତ୍ୟ ପ୍ରମୀମାନଙ୍କର  ସହଯୋଗ ହିଁ ଆଗକୁ ଅଧିକ କାମ କରାଇବାର ପ୍ରେରଣା ହେବ ବୋଲି କହିଛନ୍ତି  ଅନ୍ୟତମ  ସହ ପ୍ରତିଷ୍ଠାତା ସିତାଂଶୁ ମହାପାତ୍ର।

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ସାହିତ୍ୟ ମାସିକୀ: ବାଜପେୟୀଙ୍କ କବିତାର ଅନୁଦିତ ପୁସ୍ତକ “କବିତା ଅଟଳ ” ପାଠକାର୍ପିତ

Published

on

ଭୁବନେଶ୍ୱର: ସହୃଦୟତା, ଅପୂର୍ଣ୍ଣତା ଓ ନିର୍ଭୀକତା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଜୀଙ୍କ କବିତ୍ୱ୍ୱର ମୂଳମନ୍ତ୍ର |ସେ ରାଜନୀତି ଓ ସାହିତ୍ୟସାଧନାକୁ ପୃଥକ ଭାବେ ଲକ୍ଷ୍ୟ କରୁଥିଲେ |ତାଙ୍କ କବିତା ଲୋକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି ବୋଲି ଅତିଥିମାନେ ମତ ଦେଇଛନ୍ତି |

ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାକକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ “ସାହିତ୍ୟ ମାସିକୀ ” ରେ ବିଦ୍ୟୁତପ୍ରଭା ଗନ୍ତାୟତଙ୍କ  ଦ୍ୱାରା ବାଜାପାୟୀଙ୍କ କବିତାର ଅନୁବାଦ ପୁସ୍ତକ”କବିତା ଅଟଳ”ପାଠକାର୍ପଣ କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ନାଟ୍ୟକାର ପୂର୍ଣ୍ଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ

ଯୋଗ ଦେଇଥିଲେ | କବି ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ପ୍ରାବନ୍ଧିକା ଡ଼. ସଂଘମିତ୍ରା ଭଞ୍ଜ କବିତାଗୁଡିକ ଉପରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଅନୁଵାଦକା ମଧ୍ୟ ବକ୍ତବ୍ୟ ରଖିଥିଲେ | ପ୍ରିୟଦର୍ଶିନୀ ମହାନ୍ତି ଅଶୋକ ସିଂ,ସୁଶାନ୍ତ ଷଡ଼ଙ୍ଗୀ,ସଞ୍ଜୟ ମହାନ୍ତି ଓ ସନ୍ତାପ ଜେନା ପୁସ୍ତକରୁ କବିତା ପଢିଥିଲେ |

କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ |

ଶେଷରେ ବୀଣାପାଣି ମିଶ୍ର ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ଚରଣ ସେଠୀ, ଚନ୍ଦନ ସିଂ, ଚିତ୍ତରଞ୍ଜନ ବର୍ମା, ଶ୍ରୀମନ୍ତ ନନ୍ଦ, ମିହିର କୁମାର ରଥ ଶର୍ମା, ବିଜୟ ମଲ୍ଲିକ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଆର୍ତବନ୍ଧୁ ଦାସ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରଞ୍ଜନ ମିଶ୍ର, ଘନ ବିହାରୀ ମହାରଣା, ଶ୍ୟାମାକିଙ୍କର ମହାନ୍ତି, ଅରୁଣ ଡାକୁଆ, ସୁବ୍ରତ ରଥ, ମନମୋହନ ମିଶ୍ର, ପ୍ରଦୀପ୍ତ ବାରିକ, ସନ୍ତାପ ଜେନା, ପ୍ରମୋଦ ପ୍ରଧାନ ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ | ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

 

Continue Reading

ସାହିତ୍ୟ

ସାହିତ୍ୟ ମାସିକୀରେ ଦାଶରଥି ଭୂୟାଁଙ୍କ ଗଳ୍ପ ବହି ‘ନିଜ ଭାଗର ଆକାଶ’ ପାଠାକାଅର୍ପଣ

Published

on

 ଭୁବନେଶ୍ବର :

କ୍ଷୁଦ୍ରଗଳ୍ପରେ ଲେଖକର ଏକ ନୂତନ ଦୃଷ୍ଟି ଥାଏ | ଗଳ୍ପରେ ପାଠକ ପାଇଁ କିଛି ଅନାବଶ୍ୟକ ନ ଥାଏ | ଲେଖକ ତା ସୃଷ୍ଟିରେ ଏକାଧିକ ଜୀବନ ବଞ୍ଚେ | ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ” ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମତ ଦେଇଛନ୍ତି |

ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭା ଗୃହରେ ନାଗାଲାଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼. ଦାଶରଥି ଭୂୟାଁଙ୍କ 8ମ ଗଳ୍ପ ବହି “ନିଜ ଭାଗର ଆକାଶ” ର ପାଠକାର୍ପଣ ସମାବେଶରେ

ଯୋଗ ଦେଇ ପ୍ର. ଅଭିରାମ ବିଶ୍ୱାଳ ପୁସ୍ତକର ସାମଗ୍ରିକ ଆଲୋଚନାପୂର୍ବକ ପଠନୀୟତା ଗଳ୍ପର ଆତ୍ମା ବୋଲି ଅଭିହିତ କରିଥିଲେ |

ପ୍ରସିଦ୍ଧ କବି ଓ ଅନୁବାଦକ ଡ଼. ସଂଗ୍ରାମ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲେଖକର ଦାୟିତ୍ୱ ଓ ସୃଜନର ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ |

ଭୁବନେଶ୍ୱର ସାହିତ୍ୟ ପର୍ବ ନିର୍ଦେଶକ ଡ଼. ଅଶୋକ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ପରେ ଅନୁଷ୍ଠାନର ଉପସଭାପତି ମିନତି ଦାଶ, ଜୟଶ୍ରୀ ପଟ୍ଟନାୟକ ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ସେଠୀ ଅକ୍ଷୟ ସାହୁ, ପ୍ରିୟ ସାହୁ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀମନ୍ତ ସାହୁ, ଉଷା ଆଚାର୍ଯ୍ୟ, ନମିତା ପାଇକରାୟ, ଭିକାରୀ ଧଳ, ରଶ୍ମି ଦାସ, ସୁନନ୍ଦା ମିଶ୍ର, ଅମ୍ବିକା ସ୍ୱାଇଁ, ରମେଶ ପାତ୍ର,କୁମୁଦିନୀ ଜୀ, ବିଜନ ପଟଯୋଶୀ. ପ୍ରଶାନ୍ତ ବିଶ୍ୱାଳ, ଜଗନ୍ନାଥ ନାୟକ, ଡ଼. ରଜନୀ ରଣସିଂହ, ମିହିର କାନ୍ତି ଦାସ, ପବିତ୍ର ବାରିକ, ସବିତା ଶତପଥୀ, ନିରୁପମା ରଥ, ବିରଞ୍ଚି ଶତପଥୀ, ପିତାମ୍ବର ଭୋଇ, ହରିହର ବଳବନ୍ତରାୟ,, ଜନ୍ମେଜୟ ପ୍ରଜାପତି, ପ୍ରଦୀପ୍ତ ବାରିକ, ନନ୍ଦ କିଶୋର ବିଶ୍ୱାଳ, ମଳୟ ବେହେରା ଓ ଶୈଳେନ୍ଦ୍ର ଜେନା ପ୍ରମୁଖ ପ୍ରାୟ 40 ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ ଲେଖା ପାଠ କରିଥିଲେ |

ଶେଷରେ ଅନୁଷ୍ଠାନର

କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ

କରଥିଲେ l

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର  “ସାହିତ୍ୟ ମାସିକୀ” ରେ ନାଟ୍ୟକାର ବିଜୟ ଦାସ

Published

on

ଭୁବନେଶ୍ୱର: ସର୍ଜନର ଶେଷ ନାହିଁ | ପୂର୍ଣ୍ଣତାର ଉପଲବ୍ଧି ଆସିଲେ ଆଉ ଲେଖି ହୁଏନାହିଁ | ପ୍ରତି ଲେଖକ କୌଣସି ଲେଖାକୁ ଶେଷ ବୋଲି ମନେ କରିବା ଉଚିତ ନୁହେଁ ବୋଲି ବିଶିଷ୍ଟ ନାଟ୍ୟକାର ଓ ସ୍ତମ୍ଭକାର ବିଜୟ ଦାସ ଉଲ୍ଲେଖ କରିଛନ୍ତି |

ଗତ ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ”ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ “ମୋ ସୃଜନ :ମୋ ଜୀବନ ” ଶୀର୍ଷକ ବକ୍ତବ୍ୟ ରଖିଥିଲେ |

କଥାକାର ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଦାସ ଜଣେ ଉଦଘୋଷକ, ଗୀତିକାର, ନାଟ୍ୟକାର ଓ ସ୍ତମ୍ଭକାର ଭାବରେ ତାଙ୍କ ଅନୁଭୂତି ବର୍ଣନା କରିଥିଲେ |

“ଏ ମାସର କଥାକାର” ଭାବରେ ରଶ୍ମି ରଞ୍ଜନ ରାଉତ ଯୋଗ ଦେଇ ସ୍ୱରଚିତ ଗଳ୍ପ ପାଠ କରିଥଲେ l

ପ୍ରଥମେ ଅନୁଷ୍ଠାନର କାର୍ଯ୍ୟକର୍ତା ଅଶୋକ ସିଂହ ସୂଚନା ଦେଇଥିଲେ |

ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା | ମିନତି ମିଶ୍ର ଓ କୁମୁଦିନୀ ଜୀଙ୍କ ମିଳିତ ସଂଯୋଜନାରେ ପ୍ରଦୀପ୍ତ ବାରିକ, ରଜନୀ ରଞ୍ଜନ, ପ୍ରହରାଜ ଜୟନାରାୟଣ ନନ୍ଦ, ମିହିରକାନ୍ତି ଦାସ, ନୃସିଂହ ତରାଇ, ପ୍ରିୟରଞ୍ଜନ ସାହୁ, ଇତିଶ୍ରୀ ପତି, ନୃସିଂହ ତରାଇ, ଧ୍ରୁବ ଚରଣ ସେଠୀ, ନିଶାକର ପଣ୍ଡା, ବିଜୟ ମହାପାତ୍ର, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଶାନ୍ତ ଷଡ଼ଙ୍ଗୀ, ଗୋଲକ ବିହାରୀ ସାହୁ, ମାୟାଧର ସାହୁ, ଭୁବନେଶ୍ୱରୀ ପଣ୍ଡା, ଦିଲ୍ଲୀପ ଷଡ଼ଙ୍ଗୀ,ଶ୍ୟାମା କିଙ୍କର ମହାନ୍ତି, ବାସନ୍ତୀ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ |

ଶେଷରେ ଅନୁଷ୍ଠାନର ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions