ରାଜ୍ୟ

ଆସିକାରେ ଛେଳି ମଡ଼କ

Published

on

ଆସିକା ୧୧/୧ : ଆସିକାର ବାବନପୁର ଅଂଚଳରେ ଛେଳି ମଡ଼କ ଦେଖାଦେଇଛି । ଏହି କିଛିଦିନ ମଧ୍ୟରେ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଛେଳି, ମେଣ୍ଢା ପ୍ରାଣ ହରାଇଲେଣି । ତେବେ ଏମାନଙ୍କ ମଧ୍ୟରୁ ବେଶି ସଂଖ୍ୟାରେ ଛେଳି ମରୁଥିବା ଦେଖାଦେଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହାକୁ ନେଇ ଛେଳି ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିଛି ମୃତ ଛେଳିଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version