ଭୁବନେଶ୍ୱର ୩/୧ : ତିତଲି ଓ ପେଥାଇ ପରେ ଆଉ ଏକ ଝଡ଼ ‘ପାବୁକ’ ଓଡ଼ିଶା ପାଇଁ କିଛିଟା ବିପଦ ସୃଷ୍ଟି କରିପାରେ । ପାବୁକ ଏବେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ପ୍ରାୟ ୧୫ ଶହ କିଲୋମିଟର ଦୂରରେ ରହିଛି । ଶନିବାର ଏହା ଆଣ୍ଡାମାନ ଉପକୂଳ ଛୁଇଁବା ଆଶା କରାଯାଉଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟର ୭ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହୋଇପାରେ । ଜିଲ୍ଲାଗୁଡ଼ିକ ହେଲା-ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା । ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିାନରଙ୍କ ପକ୍ଷରୁ ଏସବୁ ଜିଲ୍ଲପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ମଧ୍ୟକୁ ନଯିବା ପାଇଁ ମଧ୍ୟ ମତ୍ସଜୀବୀମାନଙ୍କୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।