ରାଜ୍ୟ

ଆସୁଛି ବାତ୍ୟା ଫାନି : ଆଞ୍ଚଳିକ ପାଣିପାଗ ବିଭାଗ

Published

on

ଭୁବନେଶ୍ୱର ୨୫/୪ : ଆସୁଛି ବାତ୍ୟା ଫାନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେଇପାରେ । ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆସନ୍ତା ୩୦ ଓ ୧ ଦୁଇ ଦିନ ଧରି ପ୍ରବଳ ବର୍ଷା ସହ ଭୀଷଣ ପବନ ବହିପାରେ ।
ବାତ୍ୟା ଫାନି ତାମିଲନାଡୁ ଉପକୂଳ ଛୁଇଁବାକୁ ଥିବା ବେଳେ ଓଡିଶାରେ ଏହାର ସେମିତି ବିଶେଷ ପ୍ରଭାବ ପଡିବନି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଗତବର୍ଷ ହୋଇଥିବା ବାତ୍ୟା ତିତଲିରେ ଓଡିଶାରେ ଧନଜୀବନ ନଷ୍ଟ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version