ରାଜ୍ୟ

ଆୟବର୍ହିଭୂତ ସମ୍ପତ୍ତି ଠୂଳ : ଉଚ୍ଚଶିକ୍ଷା ବିଭାଗ ଅଡିଟରଙ୍କ ଘରେ ଭିଜିଲାନ୍ସ ରେଡ

Published

on

ଭୁବନେଶ୍ୱର ୧୩/୬ : ଆୟବର୍ହିଭୂତ ସମ୍ପତ୍ତି ଠୂଳ ମାମଲାରେ ଉଚ୍ଚଶିକ୍ଷା ବିଭାଗ ଅଡିଟରଙ୍କ ଘରେ ରେଡ ହୋଇଥିବା ନେଇ ମିଳିଛି ସୂଚନା ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଉଚ୍ଚ ଶିକ୍ଷା ବିଭାଗର ଅଡ଼ିଟର ସୁଧୀର ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଚଢାଉ କରିଛି । ଅଡ଼ିଟରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ପାଂଚଟି ସ୍ଥାନରେ ଭିଜିଲାନ୍ସର ଏକ ଟିମ ରେଡ଼ ଜାରି ରହିଛି । ଏକା ସମୟରେ ପାଂଚଟି ସ୍ଥାନରେ ଚଢାଉ ହୋଇଛି ।
ତେବେ ଏହି ଚଢାଉ ସମୟରେ ସୁନାଗହଣା ସହ ଟଙ୍କା ପଇସା ମିଳିଥିବା ଜଣାଯାଇଛି । ତେବେ ବାରମ୍ବାର ଏପରି ଭାବରେ ସରକାରୀ ଅଧିକାରୀଙ୍କ ଘରେ ରେଡ ହୋଇ ବହୁ ପରିମାଣର ସମ୍ପତ୍ତି ଜବତ ହେଉଛି । ତେବେ ଏତେ ଜବତ ହୋଇଥିବା ସମ୍ପତ୍ତିର ମୋଟ ପରିମାଣ କେତେ ଓ କେମିତି ଏତେ ସମ୍ପତ୍ତି ଅଧିକାରୀଙ୍କ ନିକଟକୁ ଆସିଲା ତାହା ନେଇ ବର୍ତମାନ ସମୟରେ କୌଣସି ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version