ଭୁବନେଶ୍ୱର ୪/୬ : ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି । ଆଗାମୀ ଆଲୋଚନାରେ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାରଙ୍କ ପ୍ରଥମ ପର୍ୟ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ସକରାତ୍ମକ ଥିବା ଉଭୟ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସିଇଓ ଇନ୍ଦୁଭୂଷଣ ବୈଠକରେ ପରେ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ ଆଉ ୨-୩ ପର୍ୟ୍ୟାୟ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତାହାକୁ ସମୀକ୍ଷା କରାଯାଉଛି । ଯଦି ରାଜ୍ୟବାସୀ ଏଥିରେ ଉପକୃତ ହେବାର ଦେଖାଯାଏ ତାହା ହେଲେ ଲାଗୁ କରାଯିବ । ପରବର୍ତ୍ତୀ ପର୍ୟ୍ୟାୟ ବୈଠକରେ ନିଷ୍ପତ୍ତି ଚଡ଼ାନ୍ତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।
ସେପଟେ ଇନ୍ଦୁଭୂଷଣ ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । ଆୟୁଷ୍ମାନ ଯୋଜନାରେ ରାଜ୍ୟର ବହୁତ ଲୋକ ଉପକୃତ ହେବେ । ରାଜ୍ୟ ବାହାରେ ମଧ୍ୟ ରହୁଥିବା ଲୋକ ଏହାର ଲାଭ ପାଇ ପାରିବେ । ଏହା ଏକ ଜାତୀୟ ଯୋଜନା । ଯେହେତୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ୟ୍ୟ କରୁଛି ତାକୁ ଆୟୁଷ୍ମାନକୁ ରୂପାନ୍ତରିତ କରିବାକୁ ଚେଷ୍ଟା କରାଯିବ । ଯଦି ରାଜ୍ୟ ସରକାର ଚାହିଁବେ ବିଏସ୍କେୱାଇରେ ଦେଉଥିବା ସୁବିଧାକୁ ଚଳାଇ ରଖି ପାରିବେ ।