ରାଜ୍ୟ

ଆୟୁଷ୍ମାନ ଯୋଜନା ଭଲ ହୋଇଥିଲେ ଗ୍ରହଣ କରିବୁ : ସ୍ୱାସ୍ଥ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର ୬/୬ : ଆୟୁଷ୍ମାନ ଯୋଜନାକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭାରତର ସବୁଠୁ ଭଲ ଯୋଜନା । ଏନେଇ ସେ କେନ୍ଦ୍ରକୁ ପ୍ରପୋଜାଲ୍ ମାଗିଛନ୍ତି । ସେମାନେ ପ୍ରସ୍ତାବ ଦିଅନ୍ତୁ, ଆମେ ଅନୁଧ୍ୟାନ କରିବୁ । ଆମେ ଆଗରୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ଭଲ ବୋଲି କହିଥିଲୁ ।
ସେମାନେ ଅନୁରୋଧ କରିବା ପରେ ଆମେ ଅନୁଧ୍ୟାନ କରିବାକୁ ରାଜି ହୋଇଥିଲୁ । କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଛନ୍ତି, କଥା ହୋଇଛନ୍ତି । ହେଲେ ଆମେ ଏନେଇ ପ୍ରସ୍ତାବ ମାଗିଛୁ । ସଚିବାଳୟରେ ଦୁଇ ଦିନ ତଳେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକରେ ଆଲୋଚନା କରିଥିଲେ ରାଜ୍ୟ ସରକାର । ସେତେବେଳେ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୁଷଣ କହିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version