ଭୁବନେଶ୍ୱର ୧୩/୧୨ : ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତର ଆସିବାରେ ବିଳମ୍ବ ହେବାରୁ ମହିଳାଙ୍କର ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ସାଲିଆସାହି ଅଂଚଳର । ଘଟଣାକୁ ନେଇ କିଛି ସମୟ ଧରି ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ମେ’ ଫେୟାର ହୋଟେଲ ନିକଟରେ ଜୟଦେବବିହାର ରାସ୍ତାକୁ ଅବରୋଧ କରିଥିଲେ ।