ରାଉରକେଲା ୭/୧ : ସୁନ୍ଦରଗଡ଼ ଜିଲ୍ଲାର ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଜଣକ ସୁନ୍ଦରଗଡ଼ ଯିବାପାଇଁ ରାଉରକେଲା ଷ୍ଟେସନରେ ଅପେକ୍ଷା କରିଥିବାବେଳେ ତାଙ୍କର ଜଣେ ବୟଫ୍ରେଣ୍ଡ ସେଠାରୁ ତାଙ୍କୁ ଭୁଲାଇ ଅନ୍ୟ ଏକ ଟ୍ରେନରେ ରାଂଚି ନେଇ ଯାଇଥିଲା । ରାଂଚି ନିକଟସ୍ଥ ଲୋଟାପାହାଡ଼ର ଏକ ଘରେ ତାଙ୍କୁ ଦୁଇଦିନ ଅଟକ ରଖି ବୟଫ୍ରେଣ୍ଡ ଓ ତାଙ୍କର ୪-୫ଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିଲେ । ପରେ ସେମାନେ ତାଙ୍କୁ ଏକ ଜଙ୍ଗଲ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲେ । ଲୋକଙ୍କଠାରୁ ଖବରପାଇ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରି ରାଉରକେଲା ପଠାଇଥିଲା । ଏବେ ସେ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।