ରାଜନୀତି

ଇଣ୍ଡିଆ ଟିଭି ସର୍ଭେ : ଓଡିଶାରେ ପୁଣି ନବୀନ ସରକାର !

Published

on

୮/୪ : ଏବେ ବିଧାନସଭା ନିର୍ବାଚନ ହେଲେ କାହାକୁ ମିଳିବ କେତେ ଆସନ । ଏହାକୁ ନେଇ ଅଙ୍କକଷା ଜାରି ରହିଥିବାବେଳେ ଇଣ୍ଡିଆ ଟିଭି ଏବଂ ସିଏନଏକ୍ସ ପକ୍ଷରୁ କରାଯାଇଥିବା ନିର୍ବାଚନ ପୂର୍ବ ସର୍ଭେରୁ ଚମକାଇ ଦେବା ଭଳି ତଥ୍ୟ ସାମନାକୁ ଆସିଛି । ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ପୁଣି ଉଲ୍ଲେଖନୀୟ ସଫଳତା ହାସଲ କରିବ। ଆଜି ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡିକୁ ୧୦୦ଟି ଆସନ ମିଳିବ। ବିଜେପିକୁ ୩୧ ଏବଂ କଂଗ୍ରେସକୁ ୯ଟି ଆସନ ମିଳିବ। ଲୋକସଭା ନିର୍ବାଚନରେ ମଧ୍ୟ ସଫଳତା ମିଳିବ, କିନ୍ତୁ ଗତ ନିର୍ବାଚନ ତୁଳନାରେ କମ୍।
୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୪, ବିଜେପିକୁ ୬ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି। ସେହିଭଳି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୨୭୫ ଏବଂ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ୧୪୭ ଆସନ ମିଳିବ। ଅନ୍ୟମାନଙ୍କୁ୧୨୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ବିଜେପିକୁ ୨୩୦, କଂଗ୍ରେସକୁ ୯୭, ତୃଣମୂଳ କଂଗ୍ରେସକୁ ୨୮, ସମାଜବାଦୀ ପାର୍ଟିକୁ ୧୮, ବିଏସପି ୧୬, ୱାଇଏସଆର କଂଗ୍ରେସ ୧୮, ଡିଏମକେ ୧୬, ଆନ୍ନାଡିଏମକେ ୧୦ ଏବଂ ଟିଆରଏସକୁ ୧୨ଟି ଆସନ ମିଳିବାର ସମ୍ଭାବନା ରହିଛି। ସେହିଭଳି ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ହାରିବ। ଜଗମୋହନ ରେଡୀଙ୍କ ୱାଇଏସଆର କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଢ଼ିବ।

Leave a Reply

Your email address will not be published. Required fields are marked *

Trending

Exit mobile version