ରାଜନୀତି

ଇଭିଏମ ଅଚଳ : ୪ ବୁଥରେ ହେବ ସାନି ମତଦାନ

Published

on

ସୁନ୍ଦରଗଡ ୧୮/୪ : ସୁନ୍ଦରଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଇଭିଏମ ଅଚଳ ଯୋଗୁଁ ନିର୍ବାଚନକୁ ବନ୍ଦ କରିବା ସହ ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ରିଟର୍ଣ୍ଣିଂ ଅଫିସର ତଥା ସୁନ୍ଦରଗଡ ଉପ-ଜିଲ୍ଲାପାଳ । ସୁନ୍ଦରଗଡର ରଙ୍ଗାଢିପା ସ୍କୁଲର ୨୧୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁୁଁ ନିର୍ବାଚନ ବାତିଲ କରାଯାଇଛି ।
ଦ୍ୱିତୀୟ ପର‌୍ୟ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଇଭିଏମ । ଫଳରେ ମତଦାନ ନ କରି ଫେରି ଯାଇଥିଲେ ଭୋଟର । ଏହାର କିଛି ସମୟ ପରେ ଇଭିଏମକୁ ସଜଡାଯିବା ପରେ ପୁଣିଥରେ ଭୋଟିଂ ଆରମ୍ଭ ହୋଇଥିଲା ।
ପ୍ରାୟ ୨ ଘଣ୍ଟା ପରେ ପୁଣିଥରେ ମତଦାନ ଆରମ୍ଭ ହୋଇଥିବା ବେଳେ ଇଭିଏମରେ ପୁଣିଥରେ ତ୍ରୁଟି ଦେଖା ଦେଇଥିଲା । ଏପରିକି ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ବେଳେ ଏହା ଲୋକସଭା ପ୍ରାର୍ଥୀଙ୍କୁ ଯାଉଥିଲା । ଏହାକୁ ନେଇ ବଡ ଅଭିଯୋଗ ଆଣିଥିଲେ ଭୋଟର । ଯାହାକୁ ନେଇ ବୁଥ୍ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ରିଟର୍ଣ୍ଣିଂ ଅଫିସର ଏଠାରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ବୁଥରେ ପୁଣିଥରେ ରି ପୋଲିଂ କରିବାକୁ ନିର୍ବାଚନ କମିଶନଙ୍କୁ ରିଟର୍ଣ୍ଣିଂ ଅଫିସର ଚିଠି ଲେଖିଥିବା ଜଣାପଡିଛି ।
ଏହାଛଡା ଯେଉଁ ବୁଥରୁ ଏଭଳି ଅଭିଯୋଗ ଆସିଛି ସେହି ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବଚନ କମିସନ । ୪ଟି ବୁଥରେ ପରିଚାଳନାଗତ ତ୍ରୁଟି ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version