ଦେଶ ବିଦେଶ

ଇରାନରେ ବିମାନ ଦୁର୍ଘଟଣା : ୧୫ ଜଣଙ୍କ ମୃତ୍ୟୁ

Published

on

ତେହେରାନ ୧୪/୧ : ଇରାନରେ ଏକ ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଜଣକ ହେଲେ ଫ୍ଲାଇଟ ଇଂଜିନିୟର । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଧାନୀ ତେହେରାନ ଠାରୁ ୪୦ କିଲୋମିଟର ଦୂର କାରାଜସ୍ଥିତ ଫାଥ ବିମାନ ବନ୍ଦରରେ ବୋଇଂ ୭୦୭ ବିମାନ ଅବତରଣ କରୁଥିବାବେଳେ ରନୱେରୁ ଖସି ପାଚେରିରେ ପିଟି ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହେବାମାତ୍ରେ ବିମାନଟି ଜଳି ଯାଇଥିଲା । ଖରାପ ପାଣିପାଗ ଯୋଗୁଁ ଏଭଳି ଅଘଟଣା ଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version