ଉତ୍ତରପ୍ରଦେଶ ୧୬/୫ : ବଙ୍ଗଳାର ରାଜନୀତି ଏବେ ସରଗରମ ହୋଇଛି । ଖାଲି ସେତିକି ନୁହେଁ କଲେଜରେ ଇଶ୍ୱର ଚନ୍ଦ୍ର ବିଦ୍ୟାସଗାରଙ୍କ ମୂର୍ତ୍ତି ଭଙ୍ଗାଯିବାକୁ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହାରି ମଧ୍ୟରେ ପୁଣି ଥରେ ବିଦ୍ୟାସଗାରଙ୍କ ମୂର୍ତ୍ତିର ପୁନଃନିର୍ମାଣ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
ଆଜି ଉତ୍ତର ପ୍ରଦେଶ ମଉରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏହି ଅବସରେ ସେ ମମତା ବାନାର୍ଜୀ ଓ ଟିଏମ୍ସି ଉପରେ ବର୍ଷିଛନ୍ତି । ଟିଏମ୍ସିର ଗୁଣ୍ଡାମାନେ ମହାନ ସମାଜ ସଂସ୍କାରକ ଇଶ୍ୱରଚନ୍ଦ୍ର ବିଦ୍ୟାସାଗର ମୂର୍ତ୍ତି ଭାଙ୍ଗିଛନ୍ତି । ଏଭଳି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ । ବିଜେପି ସରକାର ସେହି ସ୍ଥାନରେ ପଞ୍ଚଧାତୁର ମୂର୍ତ୍ତି ନିର୍ମାଣ କରିବ । ମାତ୍ର ପଶ୍ଚିମବଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କର ଶୋଭାଯାତ୍ରା ଅଛି । ଦେଖାଯାଉ ଦିଦି ରାଲି କରିବାକୁ ଦେଉଛନ୍ତି କି ନାହିଁ ବୋଲି ମୋଦୀ କଟାକ୍ଷ କରି କହିଛନ୍ତି ।
ଇଶ୍ୱରଚନ୍ଦ୍ରଙ୍କ ମହାନତା ବଖାଣି ସେ କହିଛନ୍ତି ଯେ ବିଦ୍ୟାସାଗର କେବଳ ବଙ୍ଗଳାର ନୁହଁନ୍ତି ସାରା ଦେଶର ବିଭୂତି ଅଟନ୍ତି । ସେ କେବଳ ମହାନ ସମାଜ ସଂସ୍କାରକ ନୁହଁନ୍ତି କି ଶିକ୍ଷା ଶାସ୍ତ୍ରୀ ନୁହଁନ୍ତି ବରଂ ଗରିବ ଏବଂ ଦଳିତଙ୍କର ରକ୍ଷକ ଥିଲେ । ମହିଳାଙ୍କ ଅଧିକାର ପାଇଁ ସେ ସ୍ୱର ଉଠାଇଥିଲେ । ସେହିପରି ବିଜେପି ଓ ବଙ୍ଗଳାର ସଂସ୍କୃତିକୁ ଯୋଡ଼ି କହିଛନ୍ତି ଯେ ବିଜେପି ସରକାର ମୂଳରେ ବଙ୍ଗଳାର ସାଂସ୍କୃତିକ ଭକ୍ତି ରହିଛି ।